
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ବରରେ ଆୟୋଜିତ ରାଷ୍ଟ୍ରୀୟ ପଥ ସୁରକ୍ଷା ମାସ-2025 ଉତ୍ସବର ସମୟରେ ଏକ ନୂଆ ରାଇଡ଼-ବୁକିଂ ଏପ୍ ‘ଓଡ଼ିଶା ଯାତ୍ରୀ’ ର ଶୁଭାରମ୍ଭ କରିଛନ୍ତି।.ଏହି ଏପ୍ ସୁରକ୍ଷିତ, ଆର୍ଥିକ ସାହଜ୍ୟପୂର୍ଣ୍ଣ ଓ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟବାସୀଙ୍କୁ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଡିଜାଇନ୍ କରାଯାଇଛି।
ଓଡ଼ିଶା ଯାତ୍ରୀ ଏପ୍ କ’ଣ ପ୍ରଦାନ କରେ?:
ଏହି ଏପ୍ ମାଧ୍ୟମରେ ଯାତ୍ରୀମାନେ AC ଓ ନନ୍-AC ମିନି କ୍ୟାବ୍, ସେଡାନ୍ ଓ XL କ୍ୟାବ୍ ଭଳି ବିଭିନ୍ନ ପ୍ରକାରର ଯାନ ବାଛିପାରିବେ. ଯାତ୍ରୀ ତାଙ୍କର ‘ପିକ୍-ଅପ୍’ ଓ ଡ୍ରପ୍ ଲୋକେସନ୍ ଦର୍ଶାଇ ତାଙ୍କ ପସନ୍ଦର ଯାନ ବାଛିବାର ସୁବିଧା ପାଇବେ।
ସରକାର ଏହାର ସେବାକୁ ଆଗାମୀରେ ଇନ୍ଟର-ସିଟି ରାଇଡ୍, ରେଣ୍ଟାଲ୍ ଏବଂ ନିର୍ଦ୍ଧାରିତ ସେବା ମଧ୍ୟ ଶାମିଲ କରିବାକୁ ଯୋଜନା କରୁଛି .ଏହା ସହ ଏପ୍ ମାଧ୍ୟମରେ ବିଶେଷ ବିକଳ୍ପ ଯେପରିକି ଡିସଏବଲିଟି-ଫ୍ରେଣ୍ଡଲି ଭିହିକଲ୍, ପେଟ୍-ଫ୍ରେଣ୍ଡଲି ଟ୍ରିପ୍ ଓ ଅତିରିକ୍ତ ସାମାନ ଭଡ଼ାର ସୁବିଧା ମଧ୍ୟ ଅଛି, ଯାହା ଏହାକୁ ସବୁପାଇଁ ଅଧିକ ସାମାଜିକ ଓ ସମାନଜସ୍ୟମୂଳକ କରିଥାଏ।
ଓଡ଼ିଶା ଯାତ୍ରୀ ଏପ୍ ଏବଂ ସୁରକ୍ଷା :
ଦେଶର ବିଭିନ୍ନ ଅଞ୍ଚଳରେ ମହିଳାମାନେ ଯାତ୍ରା ସମୟରେ ଅସୁରକ୍ଷିତ ମନେକରୁଥିବା ଯୋଗୁ ,ସେମାନଙ୍କର ସୁରକ୍ଷା କୁ ଧ୍ୟାନରେ ରଖି ଏକ ଆପ୍ପ କୁ କାର୍ଯ୍ୟକାରୀ କରାଯାଇଛି. ‘ଓଡ଼ିଶା ଯାତ୍ରୀ’ ଏପ୍ରେ ସ୍ଥାନୀୟ ପୋଲିସ୍ ଓ ପରିବହନ ବିଭାଗ ସହିତ ସମ୍ପର୍କ ସଜାଇ ଯାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରାଯାଉଛି।
ଏପ୍ କିପରି ବ୍ୟବହାର କରିବେ? :
1 – ଏପ୍ ଇନ୍ଷ୍ଟଲ୍ କରି, ଲୋକେସନ୍ ପରମିସନ୍ ସକ୍ରିୟ କରନ୍ତୁ।
2 – ଫୋନ୍ ନମ୍ବର ଦେଇ OTP ରେଜିଷ୍ଟର କରନ୍ତୁ।
3 – ନାମ, ଲିଙ୍ଗ ଓ ବିଶେଷ ଆବଶ୍ୟକତା (ଯଦି ଥାଏ) ଦାଖଲ କରନ୍ତୁ।
4 –‘କେଉଁଠାକୁ ଯିବାକୁ ଚାହୁଁଛନ୍ତି?’ ବିଭାଗରେ ଡ୍ରପ୍ ଲୋକେସନ୍ ଦିଅନ୍ତୁ।
5 – ପିକ୍-ଅପ୍ ଲୋକେସନ୍ ନିଶ୍ଚିତ କରନ୍ତୁ ଏବଂ ରାଇଡ୍ ବାଛି ତାହା ବୁକ୍ କରନ୍ତୁ।
‘ଓଡ଼ିଶା ଯାତ୍ରୀ ଡ୍ରାଇଭର୍’ ଏପ୍ ଏବଂ ଏହାର ଉପକାରିତା :
‘ଓଡ଼ିଶା ଯାତ୍ରୀ ଡ୍ରାଇଭର୍’ ଏପ୍ ଡ୍ରାଇଭରମାନଙ୍କ ସାରକାରୀ ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅର୍ଥନୀତିକ ଶକ୍ତିଶାଳୀ କରେ।.ଏହି ଏପ୍ ମାଧ୍ୟମରେ ବିନା ମଧ୍ୟସ୍ଥତା ଓ କମିଶନ୍ ଛାଡ଼ା ସେବା ପ୍ରଦାନ କରିବାକୁ ସୁବିଧା ଦିଆଯାଏ।
କିପରି ବ୍ୟବହାର କରିବେ? :
ଏପ୍ ଇନ୍ଷ୍ଟଲ୍ କରନ୍ତୁ ଏବଂ ଫୋନ୍ ନମ୍ବର ସହିତ ରେଜିଷ୍ଟର କରନ୍ତୁ।ଗାଡି ପ୍ରକାର ବାଛନ୍ତୁ ଏବଂ ବିବରଣୀ ଦାଖଲ କରନ୍ତୁ।. ନିର୍ଦ୍ଦେଶ ଅନୁସରନ କରି ତୁରନ୍ତ ଏକ ଡ୍ରାଇଭର୍ ଭାବେ ତାଲିକାଭୁକ୍ତ ହେବାର ସୁବିଧା ମିଳିବ।