
ଫର୍ମେଣ୍ଟେଡ୍ ଖାଦ୍ୟ
ଆମର ପୁରୁଣା ପିଢ଼ି ଖାଦ୍ୟକୁ ସଂରକ୍ଷଣ କରିବା ପାଇଁ ନିଜେ ଅନେକ ପ୍ରାକୃତିକ ପ୍ରଣାଳୀ ବ୍ୟବହାର କରୁଥିଲେ। ସେଥିରେ ସବୁଠାରୁ ପ୍ରଧାନ ପ୍ରକ୍ରିୟା ହେଲା “ଫର୍ମେଣ୍ଟେସନ୍”(Fermentation)। ଆଜିକାଲି ସାଇନ୍ସ୍ର ଆଲୋଚନାରେ ମଧ୍ୟ ଏହି ପ୍ରଣାଳୀର ଗୁରୁତ୍ୱକୁ ସ୍ୱୀକାର କରାଯାଇଛି।
ଦହି, ପକାଳ ଭାତ, ଆଚାର, ହାଣ୍ଡିଆ, କମ୍ବୁଚା, କିମ୍ଚି, ଇଡ୍ଲି, ଡୋସା — ଏହି ସବୁ ଫର୍ମେଣ୍ଟେଡ୍ ଖାଦ୍ୟ। ସାଧାରଣ ଖାଦ୍ୟକୁ ଫର୍ମେଣ୍ଟ କଲେ ସେଥିରେ “ପ୍ରୋବାୟୋଟିକ୍ସ୍” (Probiotics), “ଭିଟାମିନ୍” ଓ “ଏଞ୍ଜାଇମ” ବୃଦ୍ଧି ପାଏ।
ଫର୍ମେଣ୍ଟେଡ୍ ଖାଦ୍ୟ କ’ଣ?
“ଫର୍ମେଣ୍ଟେସନ୍” ହେଉଛି ପ୍ରାକୃତିକ ପ୍ରକ୍ରିୟା, ଯେଉଁଥିରେ ‘ଲାକ୍ଟୋବାସିଲସ୍, ଇଷ୍ଟ୍ ଓ ଅନ୍ୟାନ୍ୟ ସୁ-ଜୀବାଣୁ” ଖାଦ୍ୟରେ କାର୍ଯ୍ୟ କରି, ତାକୁ ଆହୁରି ସ୍ୱାଦିଷ୍ଟ, ସୁରକ୍ଷିତ ଓ ପୌଷ୍ଟିକ କରିଥାଏ। ଏଥିରୁ “ପ୍ରୋବାୟୋଟିକ୍ସ” ମିଳେ, ଯାହାକୁ “ସୁ-ଜୀବାଣୁ” ବୋଲି କୁହାଯାଏ।
ଫର୍ମେଣ୍ଟେଡ୍ ଖାଦ୍ୟର ପ୍ରଧାନ ଉପକାରିତା
1. ପାଚନତନ୍ତ୍ର ସୁଧାର କରେ
ଦହି, ପକାଳ କିମ୍ବା ଆଚାରରେ ଥିବା “ଲାକ୍ଟୋବାସିଲସ୍” ପାଚନରେ ସାହାଯ୍ୟ କରେ। ଅଜିର୍ଣ୍ଣ, ଗ୍ୟାସ୍, କଷ୍ଟଶୂଳ ପରି ସମସ୍ୟାକୁ କମାଇଥାଏ।
2. ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି
ପ୍ରୋବାୟୋଟିକ୍ସ୍ ଆମ “ଇମ୍ୟୁନ୍ ସିଷ୍ଟମ୍” କୁ ସୁଦୃଢ କରିଥାଏ। ନିୟମିତ ଭାବରେ ଦହି କିମ୍ବା ଫର୍ମେଣ୍ଟେଡ୍ ପାନୀୟ ସେବନ କଲେ ସର୍ଦି, କାଶ, ଭାଇରାଲ୍ ସଂକ୍ରମଣରୁ ରକ୍ଷା ମିଳେ।
3. ପୌଷ୍ଟିକତାରେ ପୁର୍ଣ
ଫର୍ମେଣ୍ଟେଡ୍ ଖାଦ୍ୟରେ “ଭିଟାମିନ୍ B, ଭିଟାମିନ K, ଆଇରନ,ଜ଼ିଙ୍କ, ମଗ୍ନେସିଅମ” ପରି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ବୃଦ୍ଧି ପାଏ। ଏହା “ରକ୍ତଅଳ୍ପତା, ଦୁର୍ବଳତା, ହାଡ଼ ସମସ୍ୟା’ କମାଇଥାଏ।
4. ମାନସିକ ସ୍ୱାସ୍ଥ୍ୟରେ ଲାଭକାରୀ
“ଗଟ୍-ବ୍ରେନ୍ କନେକ୍ସନ୍” (Gut-Brain Connection) ବଳବତ୍ତର ହେବାରୁ, ଫର୍ମେଣ୍ଟେଡ୍ ଖାଦ୍ୟ ମାନସିକ ଚାପ କମାଇଥାଏ। “ସେରୋଟୋନିନ୍” ବୃଦ୍ଧି ହୋଇ “ମନ୍-ମିଜାଜ୍” ଭଲ ରହେ, ଡିପ୍ରେସନ୍ କମିଥାଏ।
5. ତ୍ୱଚାର ସୁନ୍ଦର୍ଯ୍ୟ
ଫର୍ମେଣ୍ଟେଡ୍ ଖାଦ୍ୟରେ ଥିବା ପ୍ରୋବାୟୋଟିକ୍ସ ଓ ଏଣ୍ଟି-ଅକ୍ସିଡେଣ୍ଟ୍ “ତ୍ୱଚାରେ ଟକ୍ସିନ୍ କମାଇ”, ପିମ୍ପଲ୍ସ୍, ଦାଗକୁ ହ୍ରାସ କରେ ଓ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।
6. ହୃଦ୍ରୋଗ କମାଏ
ଦହି କିମ୍ବା କମ୍ବୁଚାରେ ଥିବା ପ୍ରୋବାୟୋଟିକ୍ସ “କୋଲେଷ୍ଟେରଲ୍” କମାଇ, “ବ୍ଲଡ୍ ପ୍ରେସର୍” ସଠିକ୍ ରଖିଥାଏ। ଏହା “ହୃଦ୍ରୋଗର ସମ୍ଭାବନା” କମାଇଥାଏ।
7. ଓଜନ ନିୟନ୍ତ୍ରଣରେ ସାହାଯ୍ୟକାରୀ
ପାଚନ ସୁଧାରିବା ଓ “ମେଟାବୋଲିଜମ୍” ବୃଦ୍ଧି କରି, ଫର୍ମେଣ୍ଟେଡ୍ ଖାଦ୍ୟ “ଅତ୍ୟଧିକ ଚର୍ବୀ” କମାଇଥାଏ। ଏହା “ସ୍ୱସ୍ଥ ଓଜନ” ରଖିବାରେ ଗୁରୁତ୍ୱପୂର୍ଣ୍ଣ।
8. ଡାଏବେଟିଜ୍ରେ ଲାଭକାରୀ
ଅଧ୍ୟୟନ ଅନୁସାରେ, ଦହି ଓ କିଛି ଫର୍ମେଣ୍ଟେଡ୍ ପାନୀୟ “ରକ୍ତରେ ସୁଗର୍ ଲେଭେଲ୍” ସମନ୍ୱୟ କରେ।
ଓଡ଼ିଶାର ପରମ୍ପରାଗତ ଫର୍ମେଣ୍ଟେଡ୍ ଖାଦ୍ୟ
*ପକାଳ ଭାତ – ଗ୍ରୀଷ୍ମକାଳୀନ ସ୍ୱାଭାବିକ ପାନୀୟ, ଶରୀରକୁ ଶିତଳତା ଦିଏ।
* ହାଣ୍ଡିଆ – ଚାଉଳ ଦ୍ୱାରା ତିଆରି ପାରମ୍ପରିକ ଖମିରିତ ପାନୀୟ।
* ଦହି – ପ୍ରତ୍ୟେକ ଘରର ସାଧାରଣ ଖାଦ୍ୟ, ପାଚନ ପାଇଁ ଅତ୍ୟନ୍ତ ଉପକାରୀ।
* ଆଚାର – ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ, ପାଚନରେ ମଧ୍ୟ ସାହାଯ୍ୟକାରୀ।
ସାବଧାନୀୟତା
ଯଦିଓ ଫର୍ମେଣ୍ଟେଡ୍ ଖାଦ୍ୟର ଉପକାରିତା ଅନେକ, କିନ୍ତୁ କିଛି ସମୟରେ ସାବଧାନୀୟତା ଆବଶ୍ୟକ:-
* ଗ୍ୟାସ୍, ଆମ୍ଲପିତ୍ତ କିମ୍ବା ଅଲର୍ଜି ଥିଲେ ସୀମିତ ମାତ୍ରାରେ ଖାଇବା ଉଚିତ୍।
* ବାଜାରର ଅତ୍ୟଧିକ ରସାୟନିକ ମିଶ୍ରିତ ଫର୍ମେଣ୍ଟେଡ୍ ପାନୀୟ (ଯଥା: କାର୍ବୋନେଟେଡ୍ ଡ୍ରିଙ୍କ୍ସ) ସ୍ୱାସ୍ଥ୍ୟକାରୀ ନୁହେଁ।
* ଡାକ୍ତରଙ୍କ ପରାମର୍ଶ ଛଡ଼ା ଅତ୍ୟଧିକ ପରିମାଣରେ ସେବନ କରିବା ଉଚିତ୍ ନୁହେଁ।
ଉପସଂହାର
ଫର୍ମେଣ୍ଟେଡ୍ ଖାଦ୍ୟର ଉପକାରିତା ଆମ ପାଇଁ ପ୍ରାଚୀନ ପରମ୍ପରାର ସହିତ ସାଇନ୍ସ୍ର ପ୍ରମାଣ ଯୋଡ଼ିଛି। ଏହା ପାଚନ, ଇମ୍ୟୁନିଟି, ହୃଦ୍ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା, ତ୍ୱଚା ଓ ଓଜନ ନିୟନ୍ତ୍ରଣ ପର୍ଯ୍ୟନ୍ତ ପ୍ରତ୍ୟେକ ମାମଲାରେ ଲାଭଜନକ।
ସେହିପରି, ଦୈନନ୍ଦିନ ଖାଦ୍ୟାହାରରେ ଦହି, ପକାଳ, ଆଚାର କିମ୍ବା ଅନ୍ୟାନ୍ୟ ଫର୍ମେଣ୍ଟେଡ୍ ଖାଦ୍ୟ କୁ ସୀମିତ ଭାବରେ ରଖିଲେ, ଆମେ ଏକ ସ୍ୱସ୍ଥ, ସୁନ୍ଦର ଓ ସୁଦୃଢ ଜୀବନ ପାଇପାରିବୁ|