
ଶରୀରର ପ୍ରକାର ଓ ଫ୍ୟାସନ୍
ମହିଳାମାନଙ୍କର ସୌନ୍ଦର୍ଯ୍ୟ କେବଳ ମୁହଁରେ କିମ୍ବା ତ୍ବଚା ନୁହେଁ, ତାଙ୍କର ଶରୀରର ଗଠନ, ଆତ୍ମବିଶ୍ୱାସ ଓ ପୋଶାକ ପରିଧାନ ପ୍ରଣାଳୀରେ ମଧ୍ୟ ରହିଥାଏ। ପ୍ରତ୍ୟେକ ନାରୀର ଶରୀରର ଆକୃତି ଭିନ୍ନ ହୁଏ, କିନ୍ତୁ ସେହି ଆକୃତିକୁ ସୁନ୍ଦର ଭାବରେ ପ୍ରକାଶ କରିବା ପାଇଁ ଠିକ୍ ପୋଶାକ ବାଛିବା ଅତ୍ୟାବଶ୍ୟକ।
1. ଆୱର୍ଗ୍ଲାସ୍ (Hourglass) ଶରୀର
ଏହି ପ୍ରକାରରେ କାନ୍ଧ ଓ କଟି ପ୍ରାୟ ସମାନ, ତଥା କମର ସ୍ପଷ୍ଟ ଥାଏ। ଏହି ଗଠନକୁ “ପରିପୂର୍ଣ୍ଣ ଆକୃତି” ବୋଲି ମନେ କରାଯାଏ।
ଫ୍ୟାସନ୍ ଟିପ୍ସ:- ଫିଟ୍ଡ୍ ଡ୍ରେସ୍, ସାଢ଼ିରେ ବେଲ୍ଟ୍, ପେନ୍ସିଲ୍ ସ୍କର୍ଟ୍ ଓ V-ନେକ୍ ବ୍ଲାଉଜ୍ ପିନ୍ଧିଲେ ଶରୀରର ସମତା ଆଉ ଆକର୍ଷଣୀୟ ଲାଗେ।
2. ପିୟାର୍ (Pear) ଶରୀର
ଏଠାରେ କାନ୍ଧ ଛୋଟ ଏବଂ କଟି ଚୌଡ଼ା ଥାଏ।
ଫ୍ୟାସନ୍ ଟିପ୍ସ:- ଉପର ଭାଗରେ ଗାଢ ରଙ୍ଗର ଓ ତଳ ଭାଗରେ light color ପୋଶାକ ପିନ୍ଧିବା ଉଚିତ। A-line ସ୍କର୍ଟ୍, ଲେୟର୍ଡ୍ ଟପ୍ସ୍ ଓ ଲମ୍ବା କୁର୍ତି ଏହି ଗଠନକୁ ଭଲ ସୁହାଏ।
3. ଆପଲ୍ (Apple) ଶରୀର
ଏହାରେ ଉପର ଭାଗ, ବିଶେଷକରି ପେଟ୍ ଅଞ୍ଚଳ, ଭରିଥାଏ। କଟିରେ କମ୍ ସ୍ପଷ୍ଟତା ଦେଖାଯାଏ।
ଫ୍ୟାସନ୍ ଟିପ୍ସ:- Empire waist dress, A-line gown, ଏବଂ ସାଧା ଲମ୍ବା କୁର୍ତି ଭଲ ଲାଗେ। Deep V-neck ଓ ଲମ୍ବା ଦୁପଟ୍ଟା ପିନ୍ଧିଲେ ଶରୀରକୁ ଲମ୍ବା ଦେଖାଏ।
4. ରେକ୍ଟାଙ୍ଗୁଲର୍ (Rectangle) ଶରୀର
ଏଠାରେ କାନ୍ଧ, କମର ଓ କଟି ପ୍ରାୟ ସମାନ। କମରରେ ସ୍ପଷ୍ଟ କର୍ଭ୍ସ୍ ନଥାଏ।
ଫ୍ୟାସନ୍ ଟିପ୍ସ:- Belted dress, peplum tops, anarkali suits ଏହି ଗଠନକୁ ସୁନ୍ଦର କରେ। ରଙ୍ଗୀନ ପ୍ରିଣ୍ଟ୍, ଫ୍ଲେର୍ଡ୍ ସ୍କର୍ଟ୍ ମଧ୍ୟ ଭଲ ଲାଗେ।
5. ଇନ୍ଭର୍ଟେଡ୍ ଟ୍ରାଇଆଙ୍ଗଲ୍ (Inverted Triangle)
ଏଠାରେ କାନ୍ଧ ଚୌଡ଼ା, କିନ୍ତୁ କଟି ସାଧାରଣତଃ ସଙ୍କୀର୍ଣ୍ଣ ହୁଏ।
ଫ୍ୟାସନ୍ ଟିପ୍ସ:- Wide-legged pants, palazzo, A-line skirts ପିନ୍ଧିଲେ କଟିର ସମତା ଆସେ। Boat-neck କିମ୍ବା halter-neck ପୋଶାକରୁ ପରିହାର କରିବା ଉଚିତ।
ଫ୍ୟାସନ୍ରେ କିଛି ସାଧାରଣ ପରାମର୍ଶ
1. ରଙ୍ଗ ବାଛନ୍ତୁ:- ଗାଢ dark color ଶରୀରକୁ ସ୍ଲିମ୍ ଦେଖାଏ, ଯେତେବେଳେ light color fuller look ଦିଏ।
2. କପଡ଼ା :- କପା, ଶିଲ୍କ, ଲିନେନ୍ ପରି ପୋଶାକ ସବୁବେଳେ ସୁବିଧାଜନକ।
3. ଆଭୂଷଣ:- ମୁହଁ ଓ ଶରୀରର ଗଠନ ଅନୁଯାୟୀ ଗହଣା ପିନ୍ଧିବା ଉଚିତ।
4. ଆତ୍ମବିଶ୍ୱାସ:- ଯେକୌଣସି ପୋଶାକର ସୌନ୍ଦର୍ଯ୍ୟ ହେଉଛି ପିନ୍ଧୁଥିବା ବ୍ୟକ୍ତିର ଆତ୍ମବିଶ୍ୱାସ।
ଉପସଂହାର
ମହିଳାଙ୍କର ଶରୀରର ପ୍ରକାର ସ୍ୱାଭାବିକ, ଏବଂ ପ୍ରତ୍ୟେକ ପ୍ରକାରରେ ଅଲଗା ରୂପର ସୌନ୍ଦର୍ଯ୍ୟ ରହିଥାଏ। ଠିକ୍ ପୋଶାକ ବାଛିଲେ ଏହାକୁ ଅଧିକ ନଜରକୁ ଆଣିହେବ। ସେଥିପାଇଁ ନିଜର body type କୁ ବୁଝି, ତାହାଙ୍କୁ ଅନୁସରଣ କରିଥିବା fashion trend କୁ ବ୍ୟବହାର କରିବା ହିଁ ସ୍ୱୟଂକୁ ସୁନ୍ଦର ଭାବରେ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ |