
ଆଣ୍ଟାର୍କଟିକ ସାମୁଦ୍ରିକ ସ୍ରୋତର ମନ୍ଥରତା | Slowdown of Antarctic Circumpolar Current in Odia
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ସ୍ରୋତ ‘ଆଣ୍ଟାର୍କଟିକ ସାର୍କମପୋଲାର କରେଣ୍ଟ’ (ACC) ମନ୍ଥର ହୋଇଯାଉଛି ବୋଲି ବିଜ୍ଞାନୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ମେଲବର୍ନ ବିଶ୍ୱବିଦ୍ୟାଳୟର ଏକ ନୂତନ ଗବେଷଣା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସ୍ରୋତର ଗତି ହ୍ରାସ ପାଇଛି, ଯାହା ଭବିଷ୍ୟତରେ ବିଶ୍ୱବ୍ୟାପୀ ଜଳବାୟୁ ପ୍ରଣାଳୀକୁ ଗଭୀର ଭାବରେ ପ୍ରଭାବିତ କରିପାରେ।
ଏହାର ପ୍ରମୁଖ ପ୍ରଭାବ:
- ସମୁଦ୍ର ପତ୍ତନ ବୃଧ୍ଧି: ଏ.ସି.ସି. ମନ୍ଥର ହେଲେ ସାମୁଦ୍ରିକ ଜଳ ସ୍ତର ବୃଦ୍ଧି ପାଇବ
- ମହାସାଗର ଉଷ୍ମତର ହେବା: ସ୍ରୋତ ଦୁର୍ବଳ ହେଲେ ଉଷ୍ମତା ବଢିବ
- ଆଣ୍ଟାର୍କଟିକାର ବରଫ ତରଳିବା ତ୍ୱରାନ୍ୱିତ ହେବ
କାରଣ ଓ ପ୍ରଭାବ:

ଗବେଷକ ତୈମୁର ସୋହେଲ୍ ଅନୁସାରେ, ଆଣ୍ଟାର୍କଟିକାର ବରଫ ତରଳିବା ଏହାର ମୁଖ୍ୟ କାରଣ। ଏ.ସି.ସି. ସାଧାରଣତଃ ଉଷ୍ମତା ଓ କାର୍ବନ-ଡାଇଅକ୍ସାଇଡ୍କୁ ଶୋଷିନେଇ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣରେ ସାହାଯ୍ୟ କରେ। ମାତ୍ର ଏହା ଦୁର୍ବଳ ହେଲେ:
- ମହାସାଗର କମ୍ କାର୍ବନ ଶୋଷଣ କରିବେ
- ବିଶ୍ୱ ତାପନ ବୃଦ୍ଧି ପାଇବ
- ଜଳବାୟୁ ପରିବର୍ତ୍ତନ ଅଧିକ ଅନିୟନ୍ତ୍ରିତ ହେବ
ଭବିଷ୍ୟତ ପୂର୍ବାନୁମାନ:
‘ଏନ୍ଭିରୋନମେଣ୍ଟାଲ ରିସର୍ଚ ଲେଟର୍ସ’ରେ ପ୍ରକାଶିତ ଗବେଷଣା ଅନୁସାରେ ୨୦୫୦ ସୁଦ୍ଧା ଆଣ୍ଟାର୍କଟିକ ଏ.ସି.ସି. ସ୍ରୋତ ୨୦% ମନ୍ଥର ହୋଇଯିବ। ଆସୋସିଏଟ୍ ପ୍ରଫେସର ବିଶାଖ ଦତ୍ତ ଗାଏନ୍ ସାବଧାନ କରାଇଛନ୍ତି ଯେ, “ଏହା ଘଟିଲେ ଜଳବାୟୁ ପ୍ରଣାଳୀ ଅପ୍ରତ୍ୟାଶିତ ଭାବରେ ପରିବର୍ତ୍ତିତ ହେବ।”