
ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି ଏବଂ ଏହା ନେଇ ଆପଣ ଚିନ୍ତାରେ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁସି ଆଣିଦେବ। ଦିଲ୍ଲୀ ଟ୍ରାଫିକ ପୋଲିସ ଏହି ସପ୍ତାହର ଶନିବାର ଜାତୀୟ ଲୋକ ଅଦାଲତ ଆୟୋଜନ କରିବାକୁ ଯାଉଛି। ଏହି ଅଦାଲତ ମାଧ୍ୟମରେ ଆପଣ ଆପଣଙ୍କର ପେଣ୍ଡିଂ ଚାଲାଣର ସମାଧାନ କରିପାରିବେ।
ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ ସହାୟତାରେ, ଦିଲ୍ଲୀର ୭ଟି ଜିଲା କୋର୍ଟରେ ଲୋକ ଅଦାଲତ ସ୍ଥାପନ କରାଯିବ। ଏହି ଅଦାଲତରେ ଆପଣ ସହଜରେ ଆପଣଙ୍କର ଚାଲାଣ ଛାଡ଼ କରିପାରିବେ। ଦୀର୍ଘ ଦିନ ଧରି କୋର୍ଟରେ ପଡ଼ି ରହିଥିବା ଚାଲାଣଗୁଡ଼ିକର ସମାଧାନ ପାଇଁ ଏହି କୋର୍ଟ ପ୍ରତିଷ୍ଠା କରାଯାଉଛି। odiadarpan
କିପରି ବ୍ୟବହାର କରିବେ ଏହି ସୁବିଧା?
ଆପଣଙ୍କ ପେଣ୍ଡିଂ ଚାଲାଣ ସ୍ଲିପ୍ ଡାଉନଲୋଡ୍ କରିବା ପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସର ଅଫିସିଆଲ ୱେବସାଇଟ୍ ବ୍ୟବହାର କରିବାକୁ ପଡିବ। ଏହି ସ୍ଲିପ୍ ହେଉଛି କୋର୍ଟରେ ଆପଣଙ୍କ ଚାଲାଣ ମାମଲାର ନିଷ୍ପତ୍ତି ନେବାର ମୁଖ୍ୟ ଆଧାର। ଯଦି ଆପଣଙ୍କ ପାଖରେ ଏହି ସ୍ଲିପ୍ ନଥାଏ, ତେବେ ଆପଣ ଏହି ଲୋକ ଅଦାଲତର ସୁବିଧା ପାଇପାରିବେ ନାହିଁ।
ଟ୍ରାଫିକ ଚାଲାଣ ଛାଡ଼ ପାଇଁ ନିୟମ:
ଯଦି ଆପଣଙ୍କର ଚାଲାଣ ୧୦୦୦ ଟଙ୍କାର, ତେବେ ଆପଣ କୋର୍ଟରେ କ୍ଷମା ପ୍ରାର୍ଥନା କରିପାରିବେ ଏବଂ ନରମ ଆଭିମୁଖ୍ୟ ପାଇଁ ଆବେଦନ କରିପାରିବେ।
କୋର୍ଟ ନିଜ ବିବେଚନା ଅନୁସାରେ ୫୦୦ କିମ୍ବା ୨୦୦ ଟଙ୍କା ଚାଲାଣ କରିପାରିବେ।
ଆପଣଙ୍କର ସମ୍ପୂର୍ଣ୍ଣ ଚାଲାଣ ମଧ୍ୟ ଛାଡ଼ କରାଯାଇପାରେ। ତଥାପି, ଏହା ସମ୍ପୂର୍ଣ୍ଣ ଭାବରେ ବିଚାରପତିଙ୍କ ବିବେଚନା ଉପରେ ନିର୍ଭର କରେ।
ଲୋକ ଅଦାଲତର ଲକ୍ଷ୍ୟ:
ଟ୍ରାଫିକ ପୋଲିସର ସୂଚନାନୁଯାୟୀ, ଏହି ଲୋକ ଅଦାଲତରେ ମୋଟ ୧ ଲକ୍ଷ ୮୦ ହଜାର ବିଚାରାଧୀନ ଚାଲାଣ ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
କୋର୍ଟ ସ୍ଥାନ ଏବଂ ସମୟ:
ଏହି କୋର୍ଟ ଦିଲ୍ଲୀର ରୋହିଣୀ, ସାକେତ, କରକରଡୁମା, ପଟିଆଲା ହାଉସ, ଦ୍ୱାରକା, ତିସ ହଜାରୀ ଏବଂ ରାଉସ୍ ଆଭେନ୍ୟୁ କୋର୍ଟରେ ପ୍ରତିଷ୍ଠା କରାଯିବ। ଲୋକ ଅଦାଲତର ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ।
କିପରି ଡାଉନଲୋଡ୍ କରିବେ ଚାଲାଣ ସ୍ଲିପ୍?
ଚାଲାଣ ସ୍ଲିପ୍ ଡାଉନଲୋଡ୍ କରିବାକୁ, ଆପଣଙ୍କୁ ଦିଲ୍ଲୀ ଟ୍ରାଫିକ ପୋଲିସ ଓ୍ବେବ୍ସାଇଟ୍ https://traffic.delhipolice.gov.in/notice/lokadalat ପରିଦର୍ଶନ କରିବାକୁ ପଡିବ।
ଏହି ସୁଯୋଗ ବ୍ୟବହାର କରି ଆପଣ ଆପଣଙ୍କର ପେଣ୍ଡିଂ ଚାଲାଣରୁ ମୁକ୍ତି ପାଇପାରିବେ।