
ଭୁବନେଶ୍ୱର: ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚାଲିଥିବା ସୁଭଦ୍ରା ଯୋଜନା ନେଇ ବଡ଼ ଖବର ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଏହି ଯୋଜନା ଉପରେ ବ୍ୟାପକ ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଛାତ୍ରୀଛାତ୍ରଙ୍କ ଭୂମିକା
ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କେନ୍ଦ୍ର, ଏସଏଚଜି ଗୋଷ୍ଠୀ ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ରମାନେ ଏକ ମୁଖ୍ୟ ଭୂମିକା ନିଭାଇବେ। ସମୀକ୍ଷା ପ୍ରକ୍ରିୟାରେ ଏହି ଯୁବ ଛାତ୍ରଛାତ୍ରୀ ଉଦ୍ୟମ ଓ ଡିଜିଟାଲ ଆପ ମାଧ୍ୟମରେ ଅଂଶ ନେବେ।
୨୦୦ ଅଙ୍ଗନୱାଡ଼ି କେନ୍ଦ୍ରରେ ସମୀକ୍ଷା
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ସମୀକ୍ଷା ହେବ। ଅନୁଧ୍ୟାନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି, ହିତାଧିକାରୀମାନେ ଯୋଜନା ରୁପରେ ପାଇଥିବା ଦୁଇଟି କିସ୍ତି ଟଙ୍କାକୁ କିପରି ବ୍ୟୟ କରିଛନ୍ତି ତାହା ବୁଝିବା।
ସୁଭଦ୍ରା ତୃତୀୟ କିସ୍ତି: ରକ୍ଷାବନ୍ଧନ ଦିନ ପୂର୍ବରୁ ମିଳିବ
ଆଗାମୀ ଅଗଷ୍ଟ ୯ ତାରିଖରେ ଓଡ଼ିଶାର ହିତାଧିକାରୀ ମହିଳାମାନେ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପାଇବେ। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନଙ୍କ ତାଲିକା ଅପଡେଟ୍ କରାଯିବ ଓ ଯୋଗ୍ୟ ହିତାଧିକାରୀମାନେ ସମସ୍ତ କିସ୍ତି ପାଇବେ।
ଏକ ମାସରେ ୨୨ ହଜାର ମହିଳା ଉପରେ ସମୀକ୍ଷା
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୨୨ ହଜାର ମହିଳାଙ୍କ ଉପରେ ସମୀକ୍ଷା କରିବାକୁ ଏକ ମାସ ସମୟ ଲାଗିପାରେ।