
ସକାଳ ଜଳଖିଆରେ ପୌଷ୍ଟିକ ଖାଦ୍ୟ ଯେପରି ଓଟ୍ସ, ଫଳ, ଦହି, ଏବଂ ମଞ୍ଜି ଖାଇବାର ଗୁରୁତ୍ୱ
ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍ କରୁଥିବା ଦେଖିବାକୁ ମିଳେ। କାର୍ଯ୍ୟବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ଏହି ବଦଭ୍ୟାସ ଗ୍ୟାସ୍, ଏସିଡିଟି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଦିନସାରା ଶରୀରକୁ ଊର୍ଜାବନ୍ତ ରଖିବା ପାଇଁ ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ। ଏହି ଲେଖାରେ ଆମେ ସକାଳ ଜଳଖିଆରେ କେତୋଟି ପୌଷ୍ଟିକ ଖାଦ୍ୟକୁ ସାମିଲ କରିବା ଉଚିତ୍, ସେ ସମ୍ପର୍କରେ ଜାଣିବା।
ସକାଳ ଜଳଖିଆରେ କ’ଣ ଖାଇବେ?
୧. ଓଟ୍ସ: ଓଟ୍ସ ସକାଳ ଜଳଖିଆ ପାଇଁ ଏକ ଉତ୍ତମ ବାଛନି। ଏଥିରେ ପନିପରିବା ପକାଇ ଉପମା କିମ୍ବା କ୍ଷୀର, ଗୁଡ ଆଦି ପକାଇ ଖାଇପାରିବେ। ଓଟ୍ସରେ ପ୍ରଚୁର ପରିମାଣରେ ଫାଇବର୍ ଥିବାରୁ ଏହା ପେଟକୁ ଦୀର୍ଘ ସମୟ ଭର୍ତ୍ତି ରଖେ। ଏହା ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ କରେ ଏବଂ ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରେ।
୨. ଫଳ: ଫଳରେ ଫାଇବର୍, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସକାଳ ଜଳଖିଆରେ ଏହାକୁ ସାମିଲ କଲେ ଶରୀରକୁ ଊର୍ଜା ପ୍ରଦାନ କରେ। ଏହା ଇମ୍ୟୁନିଟି ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।
୩. ଦହି: ଜଳଖିଆ ସହିତ ପ୍ରତିଦିନ ଦହି ଖାଇବା ବେଶ୍ ଲାଭଦାୟକ। ଦହି ପ୍ରୋବାୟୋଟିକ୍ ହୋଇଥିବାରୁ ଏହା ପାଚନତନ୍ତ୍ରକୁ ସୁସ୍ଥ ରଖେ। ଏହା କ୍ୟାଲ୍ସିଅମ୍, ପ୍ରୋଟିନ୍, ଏବଂ ଭିଟାମିନ୍ ବି-୧୨ର ଉତ୍ତମ ଉତ୍ସ।odiadarpan
୪. ମଞ୍ଜି: ସକାଳ ଜଳଖିଆରେ ବାଦାମ, ଅଖରୋଟ, ପିସ୍ତା, ଆଲମଣ୍ଡ, ଚିଆ ସିଡ୍, ଫ୍ଲାକ୍ସିଡ୍ ଭଳି ମଞ୍ଜି ଜାତୀୟ ଖାଦ୍ୟ ଖାଇବା ଖୁବ୍ ଲାଭଦାୟକ। ଏଥିରେ ଭଲ ଫ୍ୟାଟ୍, ପ୍ରୋଟିନ୍, ଫାଇବର୍, ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।
ସକାଳ ଜଳଖିଆର ଗୁରୁତ୍ୱ
ସକାଳ ଜଳଖିଆ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଏହା ଶରୀରକୁ ଦିନସାରା କାର୍ଯ୍ୟକ୍ଷମ ରଖେ ଏବଂ ମେଟାବୋଲିଜିମ୍କୁ ସକ୍ରିୟ କରେ। ଜଳଖିଆ ସ୍କିପ୍ କରିବା ମଧ୍ୟ ମେଦବହୁଳତା, ଡାଏବେଟିସ୍, ଏବଂ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବୃଦ୍ଧି କରେ। ତେଣୁ ବ୍ରେକ୍ଫାଷ୍ଟରେ ସଂତୁଳିତ ଏବଂ ପୌଷ୍ଟିକ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ।