
ଓଜନ କମାଇବା ଔଷଧ ବ୍ୟବହାର ପରେ ଫଳାଫଳ ଓଜନ କମାଇବା ଔଷଧ ବ୍ୟବହାର ପରେ ଫଳାଫଳ
ଭାରତରେ ମେଦବହୁଳତା: ଏକ ଗମ୍ଭୀର ସମସ୍ୟା
ଭାରତରେ ମେଦବହୁଳତା ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷକରି ମହିଳା ଓ ପିଲାମାନେ ଏହି ସମସ୍ୟାରେ ବେଶି ପ୍ରଭାବିତ। ବିଶ୍ୱପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ “ଦି ଲାନସେଟ” ଅନୁଯାୟୀ, ଗତ ୩୦ ବର୍ଷରେ ମେଦବହୁଳତା ହାର ମହିଳାମାନଙ୍କ ମଧ୍ୟରେ ୧୦% ଓ ପୁରୁଷମାନଙ୍କ ମଧ୍ୟରେ ୫.୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।ଏହି ଦଶାରେ ଅନେକ ଲୋକ ଓଜନ କମାଇବା ଔଷଧ ମାନେ ବ୍ୟବହାର କରୁଛନ୍ତି। GLP-1 agonist ଭିତ୍ତିକ ଔଷଧଗୁଡ଼ିକ ଯେପରିକି Wegovy, Ozempic, ଓ Mounjaro (Tirzepatide) ବଜାରରେ ଉପଲବ୍ଧ ଅଛି। ଏହା ଦ୍ୱାରା ଲୋକମାନେ ୬୮ ସପ୍ତାହରେ 15-20% ପର୍ଯ୍ୟନ୍ତ ଓଜନ କମାଇପାରିଛନ୍ତି।
ଔଷଧ ବନ୍ଦ କଲେ ଓଜନ ଫେରିଯାଏ?
ଏକ ଗଭୀର ଚିନ୍ତାର ବିଷୟ ହେଉଛି ଯେତେବେଳେ ଏହି ଔଷଧ ବନ୍ଦ କରାଯାଏ, ତେବେ ଓଜନ ପୁଣି ବଢ଼ିଯାଏ। ଗବେଷଣା ଅନୁଯାୟୀ, ଯେଉଁମାନେ ୪ ମାସ ପର୍ଯ୍ୟନ୍ତ Semaglutide ନେଇଥିଲେ ସେମାନେ ୧୧% ଓଜନ କମାଇଥିଲେ, କିନ୍ତୁ ବନ୍ଦ କରିବା ପରେ ଏହି ହ୍ରାସ ପୁଣି ୭% ବୃଦ୍ଧି ପାଇଥିଲା।
ତାଲମେଳ ରହିବା ଦରକାର
ଅନେକ ବିଶେଷଜ୍ଞ ମତ ଅନୁଯାୟୀ, ଏହି ଔଷଧଗୁଡ଼ିକ କେବଳ ଏକ ସହାୟକ ଉପାୟ ଅଟେ, କିନ୍ତୁ ଦୀର୍ଘକାଳିନ ଫଳ ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଅତ୍ୟାବଶ୍ୟକ। ହେଲ୍ଥି ଡାଇଏଟ୍, ନିୟମିତ ଅଭ୍ୟାସ ଓ ମନୋବଳ ଦ୍ୱାରା ହିଁ ସୁସ୍ଥ ଓଜନ ରଖିପାରିବା ସମ୍ଭବ।
ଔଷଧ ବନ୍ଦ କଲେ କାହିଁକି ଓଜନ ବଢ଼େ?
- ମେଟାବୋଲିଜିମ ଧୀମେଇ ହୁଏ
- ଭୋକ ବଢ଼ିଯାଏ
- ମନୋବଳ ହ୍ରାସ ପାଉଥିବାରୁ ଅଧିକ ଖାଇଦିଅନ୍ତି
- ଶରୀର ପୁରୁଣା ଅବସ୍ଥାକୁ ଫେରିଯାଏ
ନିଷ୍କର୍ଷ
ଓଜନ କମାଇବା ଔଷଧ ଅନେକ ଲୋକଙ୍କୁ ଶାରୀରିକ ଲାଭ ଦେଇଥିଲେ ବି, ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ସଠିକ୍ ନୁହେଁ। ଅପେକ୍ଷାକୃତ ଅର୍ଥବ୍ୟୟ ଓ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ, ନିଜ ଶରୀରକୁ ନିଜେ ବୁଝି ସ୍ୱାସ୍ଥ୍ୟସମ୍ପର୍କିତ ଶୃଙ୍ଖଳାବଦ୍ଧ ପଦକ୍ଷେପ ଗ୍ରହଣ କରିବା ହିଁ ସଠିକ୍ ଉପାୟ।
ଅଧିକ ପଢନ୍ତୁ – ହସିବା ନେଇପାରେ ଆପଣଙ୍କ ଜୀବନ?ଏହି ଅଶ୍ଚର୍ଯ୍ୟଜନକ ତଥ୍ୟ ଜାଣନ୍ତୁ