
ଗ୍ରୀଷ୍ମ ଋତୁରେ ଆଞ୍ଜିର ରସ ପିଇବା ଲାଭ ଓ ସ୍ବାସ୍ଥ୍ୟ ଉପକାରିତା
ଗ୍ରୀଷ୍ମ ଋତୁ ଚାଲିଛି ଓ ତାପମାତ୍ରା ଦିନକୁଦିନ ବଢ଼ୁଛି। ଏପରି ସମୟରେ ପେଟ ଗରମ, ଶରୀର ଅସୁବିଧା, ଡିହାଇଡ୍ରେସନ୍, ଏବଂ ଶକ୍ତି ହ୍ରାସ ଭଳି ସମସ୍ୟା ଆମକୁ ପ୍ରଭାବିତ କରେ। ଏହାରୁ ରକ୍ଷା ପାଇବା ପାଇଁ ଗ୍ଲୁକୋଜ୍ ପାଣି, ନଡ଼ିଆ ପାଣି, ତାଜା ଫଳର ରସ ବ୍ୟବହାର କରାଯାଏ। ଏମିତି ଏକ ଉତ୍ତମ ବିକଳ୍ପ ହେଉଛି ଆଞ୍ଜିର ରସ, ଯାହା ଶରୀରକୁ ଶୀତଳତା ଦେବା ସହ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ।
୧. ଶରୀର ରହିବ ଥଣ୍ଡା
ଅଞ୍ଜିର ରସ ପିଇବା ଦ୍ବାରା ଗ୍ରୀଷ୍ମ ଋତୁର ତିବ୍ର ତାପରୁ ରକ୍ଷା ମିଳେ। ଏହା ଡିହାଇଡ୍ରେସନ୍, ମୁଣ୍ଡ ବିନ୍ଧିବା, ଥକ୍କାପଣ ଏବଂ ମୁଣ୍ଡ ବୁଲାଇବା ଭଳି ଅସୁବିଧାକୁ କମାଏ। ନିୟମିତ ଭାବେ ଏହା ପିଇଲେ ଶରୀର ରିଫ୍ରେଶ ଅନୁଭବ କରେ।
ଆହୁରି ପଢନ୍ତୁ – ଆଜିକାଲି ଯୁବପିଢିର ନୂତନ ଚିନ୍ତା – ୟୁରିକ୍ ଏସିଡ୍ ବଢ଼ିବା
୨. ତୁରନ୍ତ ଶକ୍ତି ମିଳିବ
ଅଞ୍ଜିରରେ ଥିବା ପ୍ରାକୃତିକ ସୁଗାର ଶରୀରକୁ ତୁରନ୍ତ ଏନର୍ଜି ପ୍ରଦାନ କରେ। ଖାସକରି ଗ୍ରୀଷ୍ମ ଦିନରେ ଯେଉଁବେଳେ ଶକ୍ତି ହ୍ରାସ ହୁଏ, ସେବେ ଏହି ରସ ଏକ ଉତ୍ତମ ଏନର୍ଜି ବୁଷ୍ଟର୍ ଭାବରେ କାମ କରେ।
୩. ସ୍କିନ୍ ପାଇଁ ଲାଭଦାୟକ
ଅଞ୍ଜିର ରସ ମଧ୍ୟ ସ୍କିନ୍ ପାଇଁ ଅତ୍ୟନ୍ତ ଉପକାରୀ। ଏହି ରସ ପିଇଲେ ପିମ୍ପଲ, ଡାର୍କ ସ୍ପଟ ଓ ଅନ୍ୟାନ୍ୟ ଚର୍ମ ସମସ୍ୟା ହ୍ରାସ ପାଏ। ତାସହିତ ଚହେରାରେ ଏକ ଗ୍ଲୋ ଆସେ ଓ ତ୍ୱଚା ତଜା ଦେଖାଯାଏ।
୪. ହାଡ଼ ଓ ଦାନ୍ତ ମଜବୁତ୍ ହେବ
ଅଞ୍ଜିରରେ କ୍ୟାଲସିୟମ, ଫସଫରସ ଓ ଭିଟାମିନ୍ କେ ଥିବାରୁ ଏହା ହାଡ଼ ଓ ଦାନ୍ତକୁ ଶକ୍ତି ଯୋଗାଏ। ନିୟମିତ ଭାବେ ଏହା ଖାଇବା ଦ୍ବାରା ଅଷ୍ଟିଓପୋରୋସିସ୍ ଭଳି ହାଡ଼ ସମସ୍ୟା ରୋକାଯାଇପାରିବ।
୫. ରକ୍ତହୀନତା ରୋକେ
ଅଞ୍ଜିର ଆଇରନ୍ ଓ ଭିଟାମିନ୍ ସି ର ଉତ୍ତମ ସ୍ରୋତ। ଏହା ରକ୍ତ ଉତ୍ପାଦନରେ ସାହାଯ୍ୟ କରେ ଏବଂ ଆନେମିଆ ଭଳି ରକ୍ତହୀନତା ଅବସ୍ଥା ଠାରୁ ରକ୍ଷା କରେ।
ସାରକଥା: ଗ୍ରୀଷ୍ମ ଋତୁରେ ଖୁବ୍ ଗରମ ହୋଇଥିବା ସମୟରେ ଆଞ୍ଜିର ରସ ପିଇବା ଏକ ସ୍ୱାସ୍ଥ୍ୟକର ଏବଂ ପ୍ରାକୃତିକ ବିକଳ୍ପ। ଏହା ଶରୀରକୁ ଠଣ୍ଡା ରଖିବା ସହ ଏନର୍ଜି, ଚର୍ମ ଲାଭ, ହାଡ଼ ସୁସ୍ଥତା ଓ ରକ୍ତହୀନତା ଠାରୁ ରକ୍ଷା କରେ। ଏପରି ଅନେକ ଲାଭ ଥିବା ଏହି ଫଳ ଆପଣଙ୍କ ଗ୍ରୀଷ୍ମ ରୁଟିନ୍ରେ ନିଶ୍ଚିତ ଭାବରେ ଶାମିଲ କରନ୍ତୁ।
ଆହୁରି ପଢନ୍ତୁ – ଖରା ଦିନରେ ଶରୀରକୁ ରାଖନ୍ତୁ ଶୀତଳ: ବଟରମିଲ୍କ ର ଅପୂର୍ଣ୍ଣ ଲାଭ ଓ ବ୍ୟବହାର