
Fresh Curry leaves still life on dark moody background, selective focus
ଅନେକେ ଭୃଶଙ୍ଗ ପତ୍ର କୁ ଖାଦ୍ୟରେ ସ୍ବାଦ ଓ ଗନ୍ଧ ବଢ଼ାଇବା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦ ଅନୁଯାୟୀ ଏହା ଏକ ଶକ୍ତିଶାଳୀ ଔଷଧୀୟ ପତ୍ର। ଖାଲି ପେଟରେ ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ।
1. ଓଜନ ହ୍ରାସ ଓ ଚର୍ବି କମାଇବାରେ ଉପକାରୀ
ଭୃଶଙ୍ଗ ପତ୍ରରେ ଥିବା ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ମେଟାବୋଲିଜମ ବଢ଼ାଇ ଶରୀରର ଅତିରିକ୍ତ ଚର୍ବିକୁ ଘଟାଇଥାଏ। ନିୟମିତ ଖାଲି ପେଟରେ ଏହା ଖାଇଲେ ବେଲି ଫ୍ୟାଟ କମି ଓଜନ ହ୍ରାସ ହୁଏ।
2. କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ସାହାଯ୍ୟ କରେ
ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ବାହାର କରି ରକ୍ତକୋଷ ଶୁଧ କରେ। ଏହା ହୃଦରୋଗ ଝୁମକିକୁ କମାଇ ହୃଦୟକୁ ସୁସ୍ଥ ରଖିଥାଏ।
3. ପାଚନ ଶକ୍ତି ବଢ଼ାଇ ଗ୍ୟାସ ଓ ବଦହଜମି ଦୂର କରେ
ଭୃଶଙ୍ଗ ପତ୍ର ଏକ ଉତ୍ତମ ପାଚକ ଉପାଦାନ। ଏହା ଗ୍ୟାସ, ଅମ୍ଳତା, ବଦହଜମି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ସମାଧାନ କରେ। ଯକୃତ ଶୁଧିକରଣ ଓ ଆହାର ପଚନରେ ଏହା ମଦଦ କରେ।
4. ଆଖିର ଦୃଷ୍ଟିଶକ୍ତି ବଢ଼ାଇଥାଏ
ଏହାରେ ଭିଟାମିନ ଏ ଏବଂ ସି ଥିବାରୁ ଆଖିର ଦୃଷ୍ଟିକୁ ସୁଦୃଢ଼ କରେ। ନିୟମିତ ଭାବେ ଏହା ସେବନ କରିବା ମୋତିଆବିନ୍ଦୁ ଭଳି ଚକ୍ଷୁ ରୋଗର ସମ୍ଭାବନାକୁ ହ୍ରାସ କରେ।
5. ତ୍ୱଚା ସମସ୍ୟା ରେହାତ ଦିଏ
କଢ଼ିପତ୍ରର ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଫଙ୍ଗାଲ ଗୁଣ ଦ୍ୱାରା ତ୍ୱଚାର ବ୍ରଣ, ଦାଗ, ଚିରକାଟ ଦୂର ହୁଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ, ନିରୋଗ ଓ ଚମକଦାର କରେ।
କିପରି ଖାଇବେ ଭୃଶଙ୍ଗ ପତ୍ର?
ସେବନ ପାଇଁ ସର୍ବୋତ୍ତମ ଉପାୟ ହେଉଛି:
- ସକାଳେ ଖାଲି ପେଟରେ ୪-୫ଟି ତାଜା ପତ୍ର ଭଲଭାବେ ଧୋଇ ଚୋବାଇ ଖାନ୍ତୁ।
- ଏହା ପରେ ଏକ ଗ୍ଲାସ ଉଷ୍ଣ ପାଣି ପିଅନ୍ତୁ।
- ବିକଳ୍ପ ଭାବରେ ଏହାକୁ ଚା’, ଜୁସ କିମ୍ବା ହେର୍ବାଲ୍ ସୁପରେ ମିଶାଇ ମଧ୍ୟ ନେଇପାରିବେ।
ନିୟମିତ ଭାବରେ ଏହା ସେବନ କଲେ ଦେଖିପାରିବେ ଚମତ୍କାରିକ ପରିଣାମ।
ଭୃଶଙ୍ଗ ପତ୍ର ଏକ ସାଧାରଣ ଶାକ ହେଲେ ମଧ୍ୟ ଏହା ଆୟୁର୍ବେଦ ଦୃଷ୍ଟିରେ ଅସାଧାରଣ ଔଷଧ। ନିତ୍ୟ ଏହାକୁ ଖାଲି ପେଟରେ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ।
ଅଧିକ ପଢନ୍ତୁ – ଅକାଳେ କେଶ ପାଚିବା: କାରଣ ଏବଂ ପ୍ରତିକାର